Latest Odisha News

ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେନି ଗାଙ୍ଗୁଲି

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ। ଏହା ପଛର କାରଣ ହେଉଛି ନିଜେ ସୌରଭ ଗାଙ୍ଗୁଲି, ଯିଏ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ସୌରଭ ଗାଙ୍ଗୁଲି ଗୁରୁବାର ଜାନୁଆରୀ ୭ ତାରିଖ ଦିନ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ।

ଉଲ୍ଲେଖନୀୟ କଥା ହେଉଛି, ଶନିବାର ଦିନ ସୌରଭ ଗାଙ୍ଗୁଲି ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ କୋଲକାତାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ସମୟ ସମୟରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି।”

Comments are closed.