Latest Odisha News

BREAKING NEWS

ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ସମ୍ବଲପୁର : କୋଭିଡ କଟକଣା ସହ ସ୍ଥାନୀୟ ଭକ୍ତଙ୍କ ଦର୍ଶନ ଲାଗି ସମଲେଶ୍ବରୀ ମନ୍ଦିର ଖୋଲା ଯାଇଛି । ମା’ଙ୍କ ଦର୍ଶନ ପାଇଁ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଉଛି।

ତେବେ ଏହାକୁ ଦୃଷ୍ଟିରେ ରଖି କ୍ଷେତ ରାଜ ପୁର ପୁଲିସ ପକ୍ଷରୁ ପରିଚୟ ପତ୍ର ଯାଞ୍ଚ ସହ ଶାନ୍ତି ଶୃଙ୍ଖଳା ରେ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏପରିକି ଟ୍ରାଫିକ ନିୟନ୍ତ୍ରଣ ଲାଗି କମଳିବଜାର ଛକରୁ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ଯାନ ବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି। ସେହିପରି ପୁଲିସ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସାନିଟାଇଜ , ସାମାଜିକ ଦୂରତା ଓ ମାସ୍କର ବ୍ୟବହାର ଉପରେ ଦୃଷ୍ଟି ଦିଆଯାଇଥିଲା।

Leave A Reply

Your email address will not be published.