Latest Odisha News

BREAKING NEWS

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ । ଶାଢ଼ୀ ଧରି ଯାଉଥିବା ବୋଲେରୋରୁ ପୁଳା ପୁଳା ଗଞ୍ଜେଇ ଜବତ ହୋଇଛି ।

ବୋଲେରୋକୁ ଅଟକାଇ ଶାଢ଼ୀ ପ୍ୟାକେଟକୁ ପୋଲିସ ଯାଞ୍ଚ କରିଥିଲା । ତା ଭିତରୁ ବାହାରିଥିଲା ଗଞ୍ଜେଇ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫ ୩ ଅଭିଯୁକ୍ତ ବିହାରର ବୋଲି ସୂଚନା ମିଳିଛି ।

ବୋଲେରୋଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ କେସିଙ୍ଗା ଦେଇ ବଲାଙ୍ଗିର ଅଭିମୁଖେ ଯାଉଥିଲା । ୩ ଅଭିଯୁକ୍ତକୁ ପୋଲିସ ଜେରା ଚଳାଇଛି । କେଉଁଠୁ ଆଣିଥିଲେ ଗଞ୍ଜେଇ ? କୁଆଡ଼େ ଚାଲାଣ କରୁଥିଲେ ? ସେନେଇ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.