Latest Odisha News

BREAKING NEWS

ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ, ୧୦ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ମୁମ୍ବାଇକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ପରେ ଭୂସ୍ଖଳନ । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୦ ଜଣଙ୍କର ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଖବର ବି ଆସୁଛି । ୫-୬ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ମୁମ୍ବାଇରେ ମୂଳଷଧାରାରେ ବର୍ଷା ଆଣିଛି ବିଭୀଷିକା । ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ଚେମ୍ୱୁରର ଭାରତନଗର ଅଞ୍ଚଳରୁ ୧୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କାମ ଜାରି ରଖିଛି । ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଚୁନାଭାଟ୍ଟି, ସିଓନ୍, ଦାଦର, ଗାନ୍ଧିମାର୍କେଟ, ଚେମ୍ୱୁର ଓ କୁର୍ଲା ଏଲବିଏସ୍ ରୋଡ୍ ଆଦି ତଳି ଅଞ୍ଚଳ ଜଳବନ୍ଦୀ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ ।

Leave A Reply

Your email address will not be published.