କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ ଗଞ୍ଜେଇ ଆଣିଥିଲେ । ଏହି ଗଞ୍ଜେଇକୁ ମୁନିଗୁଡା ଷ୍ଟେସନରୁ ଟ୍ରେନ ଯୋଗେ ଝାନସିକୁ ଚାଲାଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ଖବର ପାଇ ମୁନିଗୁଡା ଷ୍ଟେସନରୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ୫୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଘଟଣାରେ ଅଟୋ ଡ୍ରାଇଭର ମିତେଶ୍ବର ମାଝି ଓ ଚାଲାଣକାରି ଲକ୍ଷ୍ମୀଧର ଦଣ୍ଡିଆ ଓ ସୁରେନ୍ଦ୍ର ଘଡେଇକୁ ପୋଲିସ ଗିରଫ କରିଛି ।
BREAKING NEWS
- ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି
- କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…
- ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି
- କାହିଁକି ବିମାନରେ ନଡିଆ ନେବା ମନା?
- ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ
- ଦୁନିଆର ସବୁଠୁ ବିଷାକ୍ତ ଗଛ: ତଳେ ଛିଡା ହେଲେ ବି ଚାଲିଯିବ ଜୀବନ
- ଜାମା ମସଜିଦ ସର୍ଭେ; ପୋଲିସକୁ ପଥର ମାଡ଼, ଜାଳି ଦେଲେ ଗାଡି଼
- କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
- ‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଏ.ଆର୍ ରେହମାନଙ୍କ ନୋଟିସ୍, ୨୪ ଘଣ୍ଟାରେ ଡିଲିଟ୍…
Comments are closed.