Latest Odisha News

BREAKING NEWS

ଭାରତରେ କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, ନିୟନ୍ତ୍ରିତ କରିବାକୁ ହେବ

ଦିଲ୍ଲୀ : ‘କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରିହେବ,’ ଏପରି ମତ ପ୍ରକାଶ ପାଇଛି ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ।

କ୍ରିପ୍ଟୋ ଫାଇନାସନ୍ସ ସମ୍ପର୍କରେ ଆଜି  ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ଆଲୋଚନା ହୋଇଥିଲା । ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କମିଟି ବୈଠକରେ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡ଼ିକର ପ୍ରତିନିଧି ଓ ବ୍ଲକଚେନ ଏଣ୍ଡ କ୍ରିପ୍ଟୋ ଆସେଟ କାଉନସିଲର ପ୍ରତିନିଧି, ଶିଳ୍ପ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୈଠକରେ ଭାରତରେ କ୍ରିପ୍ଟୋକରେନ୍ସିର ପ୍ରସାର ଓ ନିୟନ୍ତ୍ରଣ ଉପରେ ସଦସ୍ୟମାନେ ମତ ରଖିଥିଲେ । ଭାରତରେ କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ନିୟନ୍ତ୍ରଣ କରାଯିବାକୁ ସଦସ୍ୟମାନଙ୍କ ମଧ୍ୟରେ ସହମତି ହୋଇଥିଲା । କିନ୍ତୁ କେଉଁ ସଂସ୍ଥା ନିୟନ୍ତ୍ରଣ କରିବ ସେ ନେଇ କୌଣସି ସ୍ପଷ୍ଟ ମତାମତ ମିଳିପାରିନଥିଲା ।

ଜଣେ ସଦସ୍ୟ କ୍ରିପ୍ଟୋକରେନ୍ସିରେ ନିବେଶକମାନଙ୍କ ନିବେଶର ସୁରକ୍ଷା ପ୍ରଶ୍ନ ଉଠାଇଥିଲେ । ସେହିପରି ଜାତୀୟ ଗଣମାଧ୍ୟମରେ କ୍ରିପ୍ଟୋକରେନ୍ସି ସଂସ୍ଥାମାନେ ବଡ଼ ବଡ଼ ବିଜ୍ଞାପନ ଦେଉଥିବାରୁ ତାହାକୁ ନେଇ ଚିନ୍ତା କରାଯାଉଥିଲା ।

ଭାରତରେ ଏବେ କ୍ରିପ୍ଟୋକରେନ୍ସିକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

Leave A Reply

Your email address will not be published.