ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ୨ ଯୁବକଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଥିଲା । ଗିରଫ ୨ ଯୁବକ ହେଲେ ଝାଡଖଣ୍ଡ ଧାନବାଦର ଚନ୍ଦନ କୁମାର ରଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏମାନଙ୍କ ନାଁରେ ମୁନିଗୁଡା ଥାନା କେଶ ନମ୍ବର ୧୨୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ଆଉ କିଛି ମାଫିଆ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମୁନିଗୁଡା ଥାନା ଅଧିକାରୀ ।
BREAKING NEWS
- ୧୪ ଘଣ୍ଟା ଚାଲିଲା ଆମେରିକା-ଇରାନ ମଧ୍ୟରେ ଆଲୋଚନା, ବାହାରିଲାନି ନିଷ୍କର୍ଷ
- Operation Nanhe Farishte:୧୨ ନାବାଳକ ରେଳ ଷ୍ଟେସନରୁ ଉଦ୍ଧାର… ମାଗଣା ମଦ୍ରାସା ଶିକ୍ଷା ନାଁରେ ଆସିଥିଲେ ଓଡ଼ିଶା
- Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…
- କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଲୋକେ;ଇଞ୍ଜେକ୍ସନ ପାଇଁ ଲମ୍ବା ଲାଇନ…
- ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ; ବିଦ୍ୟାଳୟ ସମୟରେ ବାହାରେ ବୁଲୁଥିଲେ…
- Bus- Pickup vehicle collide: ବସ୍-ପିକଅପ୍ ମୁହାଁମୁହିଁ ଧକ୍କା;ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ,୨୫ରୁ ଅଧିକ ଆହତ
- କୋହଲି, ରୋହିତଙ୍କ ଗ୍ରୁପରେ ସାମିଲ ହେଲେ ସାମସନ
- ଶେଷ ହେଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ, ଆସନ୍ତା ୧୩ରୁ ଆରମ୍ଭ ହେବ…
- Hockey India Appoints Tim White: ଟିମ୍ ହ୍ୱାଇଟ୍ ଭାରତୀୟ ଜୁନିୟର ମହିଳା ହକି ଦଳର ନୂତନ କୋଚ୍ ;କହିଲେ- ଦେଶର ସମୃଦ୍ଧ ହକି ସଂସ୍କୃତି ଦ୍ୱାରା ଆକର୍ଷିତ…
- ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
Comments are closed.