ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ୨ ଯୁବକଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଥିଲା । ଗିରଫ ୨ ଯୁବକ ହେଲେ ଝାଡଖଣ୍ଡ ଧାନବାଦର ଚନ୍ଦନ କୁମାର ରଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏମାନଙ୍କ ନାଁରେ ମୁନିଗୁଡା ଥାନା କେଶ ନମ୍ବର ୧୨୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ଆଉ କିଛି ମାଫିଆ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମୁନିଗୁଡା ଥାନା ଅଧିକାରୀ ।
BREAKING NEWS
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
- ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି ଆକଳନ କରାଯାଇଛି?
- Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
- ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ
- Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ
- ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା
- Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ
Comments are closed.