କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ ଗଞ୍ଜେଇ ଆଣିଥିଲେ । ଏହି ଗଞ୍ଜେଇକୁ ମୁନିଗୁଡା ଷ୍ଟେସନରୁ ଟ୍ରେନ ଯୋଗେ ଝାନସିକୁ ଚାଲାଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ଖବର ପାଇ ମୁନିଗୁଡା ଷ୍ଟେସନରୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ୫୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଘଟଣାରେ ଅଟୋ ଡ୍ରାଇଭର ମିତେଶ୍ବର ମାଝି ଓ ଚାଲାଣକାରି ଲକ୍ଷ୍ମୀଧର ଦଣ୍ଡିଆ ଓ ସୁରେନ୍ଦ୍ର ଘଡେଇକୁ ପୋଲିସ ଗିରଫ କରିଛି ।
BREAKING NEWS
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Comments are closed.