କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ ଗଞ୍ଜେଇ ଆଣିଥିଲେ । ଏହି ଗଞ୍ଜେଇକୁ ମୁନିଗୁଡା ଷ୍ଟେସନରୁ ଟ୍ରେନ ଯୋଗେ ଝାନସିକୁ ଚାଲାଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ଖବର ପାଇ ମୁନିଗୁଡା ଷ୍ଟେସନରୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ୫୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଘଟଣାରେ ଅଟୋ ଡ୍ରାଇଭର ମିତେଶ୍ବର ମାଝି ଓ ଚାଲାଣକାରି ଲକ୍ଷ୍ମୀଧର ଦଣ୍ଡିଆ ଓ ସୁରେନ୍ଦ୍ର ଘଡେଇକୁ ପୋଲିସ ଗିରଫ କରିଛି ।
BREAKING NEWS
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

Comments are closed.