Latest Odisha News

BREAKING NEWS

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ।

ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ଏକ ଟାଟା ଏସି ଗାଡିରେ ଏଗୁଡିକ ନେଇଯାଉଥିବା ବେଳେ ଗାଡିଟିକୁ ମଧ୍ୟ ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ସବିତା ଦିଗଲ, ମମତା ଦିଗଲ, ସୁରତ ବେହେରା ।

ତେବେ ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ସେ ନେଇ ପଟରାଉଚୁରା ଚାଲିଛି ।

Leave A Reply

Your email address will not be published.