Latest Odisha News

ସିନ୍ଧୁକ ଭିତରୁ ଜବତ ହେଲା ଗଞ୍ଜେଇ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗାଁର ଶୁଭେନ୍ଦୁ ସ୍ୱାଇଁଙ୍କ ଘରୁ ପୋଲିସ ଗଞ୍ଜେଇ ଜବତ କରିଛି।

ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଗଞ୍ଜେଇ ମହଜୁଦ ଥିବାର ଖବର ପାଇ ବେଗୁନିଆ ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଛାନଭିନ୍ନ ବେଳେ ଘରର ସିନ୍ଧୁକ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବାର ଦେଖି ସିନ୍ଧୁକ ସହ ଗଞ୍ଜେଇ ଜବତ କରାଯାଇଥିଲା।

ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଶୁଭେନ୍ଦୁକୁ ଗିରଫ କରିଥିଲେ।

ତେବେ ଜବତ ଗଞ୍ଜେଇର ପରିମାଣ ୨୨ କେଜି ୨୭୦ ଗ୍ରାମ। ଏଥି ସହିତ ଶୁଭେନ୍ଦୁ ଠାରୁ ୨୭୨୦୦ ଟଙ୍କା ଜବତ କରାଯାଇଥିବା ସୁତ୍ରରୁ ପ୍ରକାଶ।

ଶୁଭେନ୍ଦୁ ପୂର୍ବରୁ ମଧ୍ୟ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୂର୍କ୍ତ ଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

Leave A Reply

Your email address will not be published.