Latest Odisha News

BREAKING NEWS

କଂଗ୍ରେସରେ ବରିଷ୍ଠ ନେତାଙ୍କ ବଦଳୁଛି ମତ

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ନେଇ କଂଗ୍ରେସରେ ଟଣାଓଟରା ଚାଲିଥିବା ବେଳେ ବଦଳୁଛି ବରିଷ୍ଠ ନେତାଙ୍କ ମତ । ରାହୁଲ ଗାନ୍ଧିଙ୍କ ବିଜେପି ଷଡଯନ୍ତ୍ର ଥିଓରୀକୁ ନେଇ ପ୍ରଶ୍ନ ଉଠାଇଥିବା ଦଳର ବରିଷ୍ଠ ନେତା କପିଲ ସିବଲ ନିଜର ଟ୍ୱିଟ୍ ଫେରାଇନେଇଛନ୍ତି ।

ସିବଲ କହିଛନ୍ତି, ରାହୁଲ ବ୍ୟକ୍ତିଗତ ଭାବେ ତାଙ୍କୁ କହିଛନ୍ତି ଯେ, ସେ କେବେବି ବିଜେପି ସହ ମିଶି ଷଡଯନ୍ତ୍ର କଥା କହିନାହାଁନ୍ତି । ଏହାପରେ ସିବଲ କରିଥିବା ଟ୍ୱିଟ୍ ଫେରାଇନେଇଛନ୍ତି । ସେପଟେ ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାହୁଲ ଗାନ୍ଧି ସିଡବ୍ଲୁସି ବୈଠକ କିମ୍ବା ଅନ୍ୟ କେଉଁଠାରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ଚିଠି ପଛରେ ବିଜେପି ଷଡଯନ୍ତ୍ର କଥା କହିନାହାଁନ୍ତି ।

ସେପଟେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି ଯେ, ଯଦି ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ନାହିଁ ଏବଂ ସେ ଦଳ ପାଇଁ ପୁରା ସମୟ ଦେଇପାରୁନାହାଁନ୍ତି ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧିଙ୍କୁ ପ୍ରସ୍ତୁତ କରାଯାଉ । ସେହିପରି ଝାଡଖଣ୍ଡ କଂଗ୍ରେସ ମୁଖ୍ୟ ଡକ୍ଟର ରାମେଶ୍ୱର ଓରାନ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି କଂଗ୍ରେସ ଅଧ୍ୟକ୍ଷା ପଦ ନଛାଡିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.