Latest Odisha News

BREAKING NEWS

ଟ୍ରମ୍ପଙ୍କୁ ତାଙ୍କ ଭଉଣୀ ମିଛୁଆ, କ୍ରୁର କହିଲେ !

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପୂର୍ବରୁ ତାଙ୍କ ଭଉଣୀ ଜଜ ମାରିଅନ ଟ୍ରମ୍ପଙ୍କ ଏକ ଅଡିଓ ଟେପ୍ ଲିକ୍ ହୋଇଛି । ଏଥିରେ ପୂର୍ବତନ ଫେଡରଲ ନିଜ ଭାଇଙ୍କୁ ମିଛୁଆ ଓ କ୍ରୁର କହିଥିଲେ । ତାଙ୍କ ଭଣଜା ଏହି ଟେପ୍ ରେକର୍ଡ କରିଥିବା ସ୍ୱୀକାର କରିଛନ୍ତି । ଏହି ଟେପରେ ମାରିଅନ ଟ୍ରମ୍ପ ତାଙ୍କ ଭାଇଙ୍କ ବଦଳରେ ଜୋଏ ବିଡେନଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ଏହା ୨୦୧୮-୧୯ରେ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି । ସବୁଠାରୁ ବଡ କଥା ସର୍ବସାଧାରଣରେ ମାରିଅନ କେବେ ଡୋନାଲ୍ଡଙ୍କୁ ସମାଲୋଚନା କରି ନାହାନ୍ତି । ଏପରି କି ତାଙ୍କ ଦେହ ଖରାପ ବେଳେ ସେ ସବୁଦିନ ଦେଖା କରିବାକୁ ଆସୁଥିଲେ ବୋଲି କହିଛନ୍ତି । ଡୋନାଲ୍ଡଙ୍କ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.