କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ତାହା ପୁଣି ସ୍କୁଲ ବ୍ୟାଗ୍ରେ । କିଛି ଯୁବକ ସ୍କୁଲ ବ୍ୟାଗରେ ଗଞ୍ଜେଇ ନେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରାପଡ଼ିଛନ୍ତି ।
କୋରାପୁଟ ଜିଲା ମାଛକୁଣ୍ଡ ପୋଲିସ ଶନିବାର ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମଲେଗାଁ ଛକରେ ୪ ଜଣ ଯୁବକ ସ୍କୁଲ ବ୍ୟାଗ୍ କାନ୍ଧରେ ପକାଇ ବସକୁ ଅପେକ୍ଷା କରିଥିଲେ । ପୋଲିସ ସେମାନଙ୍କୁ ସନ୍ଦେହ କରି ବ୍ୟାଗ୍ ଯାଞ୍ଚ କରିଥିଲା । ପରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ପୋଲିସ ସେମାନଙ୍କଠାରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଉକ୍ତ ୪ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ୟପୁ ଅଞ୍ଚଳର ଅଜିତ ରାମା , ସୋନୁ ରାମ ଏବଂ ବିହାର ଅଞ୍ଚଳର ସନ୍ଦୀପ କଇସବ, ସୁମିତ ମିଶ୍ରା । ପଚରା ଉଚରା ପରେ ସେମାନେ ସ୍ଥାନୀୟ ଯୁବକଙ୍କଠାରୁ ଏହି ଗଞ୍ଜେଇ କିଣିଥିବା କହିଥିଲେ । ପୋଲିସ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନକୁ ଯାଇ ସେଠାରୁ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମାଲେଗାଁ ଗ୍ରାମ ର ମଙ୍ଗଳା ଖିଲ ,ସୁକୁ ଦାର୍ଲି ଏବଂ ଆନ୍ଧ୍ରପ୍ରଦେଶ ମୁଚିମ ପୁଟ ଅଞ୍ଚଳର ବଲରାମ ମୁକି । ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ଏସଡ଼ିପିଓ ସଞ୍ଜୟ ମହାପତ୍ର ପ୍ରକାଶ କରିଛି । ଏହି ଚଢାଉ ଲମତାପୁଟ ଫାଣ୍ଡି ଅଧିକାରୀ ଚିତପ୍ରଧାନୀଙ୍କ ନେତୃତ୍ୱ କରାଯାଇଥିଲା ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.