Latest Odisha News

BREAKING NEWS

କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ;ବିଳାସପୁର ଅଞ୍ଚଳର ୩ ଗିରଫ

ତୁଷୁରା:କ୍ଷୀର ବେପାରୀ ସାଜି କରୁଥିଲେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାର । ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଆଜି କ୍ଷୀର ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାବୁ କରିଛି ତୁଷୁରା ଅବକାରୀ ବିଭାଗ।

ଆଜି ତୁଷୁରା ଅବକାରୀ ଥାନାର କୁକୁରଖାଇ -ତୁଷୁରା ରାସ୍ତା ଦେଇ ବଲାଙ୍ଗୀର ପଟକୁ ଏକ ବାଇକ ଯୋଗେ କ୍ଷୀର ଜାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ଧରିଛି। ଅବକାରୀ ବିଭାଗ ଚଢାଉ ସ୍ଥାନରୁ ୪୪ କେଜି ଗଞ୍ଜେଇକୁ ଜବତ କରିଛି।

ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମାହାନ ଓ ରାଜୁ ବଂଶଳ ଏକ ବାଇକ ଯୋଗେ କ୍ଷୀର ଜାରରେ ଗଞ୍ଜେଇ ଭରି ବୌଦ୍ଧଜିଲ୍ଲା ଦେଉଲି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଥିବା ବେଳେ ଦେଓଗାଁ ଥାନା କୁକୁରଖାଇ ଛକରେ ମାଡି ବସିଥିଲା ତୁଷୁରା ଅବକାରୀ ବିଭାଗ ।

ସେମାନଙ୍କ ଠାରୁ ଅଲଗା ଅଲଗା ରାଜ୍ୟର ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ତଦନ୍ତ ଜାରି ରଖିଛି ପୋଲିସ।

Comments are closed.