Latest Odisha News

BREAKING NEWS

କୋରାପୁଟରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଜୟପୁର: କୋରାପୁଟ ଜିଲ୍ଲାର ହାତୀଶାଳ ଛକ ନିକଟରେ ବୁଧବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ ଗଞ୍ଜେଇ ଚାଲାଣକାରୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ନାମ କାବୁଲ ଖରା ବୋଲି ଜଣାପଡିଛି ।

ତା’ ଠାରୁ ଗୋଟିଏ କାର୍ ଓ ଗୋଟିଏ ପିସ୍ତଲ୍ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

କାବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ଆଜି ଭୋର୍ ୪ଟା ବେଳେ ହାତୀଶାଳ ଛକରେ ଥିବା କୌଣସି ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା। ଏହି ଗୁଳି ଚାଳନାରେ ତା’ର ଡାହାଣ ଗୋଡରେ ଗୁଳି ବାଜିଥିଲା ।

ତେବେ କାବୁଲ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ନେଇ ଜୟପୁର ସିଡିପିଓ ସାଗରିକା ନାଥଙ୍କ ସୁତ୍ରରୁ ପ୍ରକାଶ। ସେ ରାଜ୍ୟ ଓ ରାଜ୍ୟ ବାହାରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତଥିବା ନେଇ ମଧ୍ୟ ସୂଚନା ମିଳିଛି ।

Leave A Reply

Your email address will not be published.