Latest Odisha News

BREAKING NEWS

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଟିମ୍ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉକ୍ତସ୍ଥାନଟି ସଂଙ୍କୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଡୋଙ୍ଗ୍ରିର ତାଣ୍ଡେଲ ଗଳିରେ ଥିବା କେଶରବାଇରେ ଥିବା ଏକ ୪ ମହଲା କୋଠା ଭୁଷୁଡି ପଡିଛି । ଫଳରେ ଭଗ୍ନାବଶେଷ ତଳେ ପାଖାପାଖି ୪୦ରୁ ୫୦ ଜଣ ବ୍ୟକ୍ତି ଚାପି ହୋଇଯାଇଥିବା ବେଳେ ଏହି କୋଠାଟି ପାଖାପାଖି ୮୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.