Latest Odisha News

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।
ଭିଆରଏଲ୍ କୋରିଅର ଜରିଆରେ ଗଞ୍ଜେଇ ଭୁବନେଶ୍ୱରରୁ ଦିଲ୍ଲୀ ଚାଲାଣ ହେଉଥିଲା । କୋରିଅର ସମୟରେ ସନ୍ଦେହ ହେବାରୁ ଏନେଇ କୋରିଅର ସଂସ୍ଥା ପୋଲିସକୁ ଅବଗତ କରାଇଥିଲା  ।

ଭୁବନେଶ୍ୱରର କୋଚିଲାଇ ହାଟରୁ ଦୁଇ ବେପାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ  । ସେମାନେ କେଉଁଠୁ ଆଣିଥିଲେ ଗଞ୍ଜେଇ ?  ଦିଲ୍ଲୀର କେଉଁ ସ୍ଥାନକୁ ଚାଲାଣ କରୁଥିଲେ ୟ ? ଆଉକେହି ସଂପୃକ୍ତ ଅଛନ୍ତି କି ? ଅଧିକ ଖୋଳତାଡ ଜାରି ରହିଛି  ।

Leave A Reply

Your email address will not be published.