Latest Odisha News

BREAKING NEWS

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଟୋରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଲାଣ ମାମଲା ଥମିବାର ନାଁ ନେଉନି । କେତେବେଳେ କାର ତ ଆଉ କେବେ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଛି । ଆଜି ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଧରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ ।

ପାରଳାଖେମୁଣ୍ଡି ଅବକାରୀ ବିଭାଗର ସ୍କ୍ୱାଡ୍ ପାଟ୍ରୋଲିଂ ବେଳେ ଅଡାସିଂ ନିକଟରେ ଯାଞ୍ଚ କରୁଥିଲେ । ଏକ ଅଟୋ ଯାଞ୍ଚ ବେଳେ ସେଥିରୁ ୧୯୫ କେଜି ଗଞ୍ଜେଇ ମିଳିଥିଲା । ମାମଲାରେ ଅବକାରୀ ବିଭାଗ ଅଟୋ ଚଲାକ ସୁରେଶ ବୀରକୁ ଗିରଫ କରିବା ସହ ଅଟୋକୁ ଜବତ କରିଛି ।

ଅଭିଯୁକ୍ତର ଘର ରା.ଉଦୟଗିରି ଅଞ୍ଚଳରେ ହୋଇଥିବା ବେଳେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.