Latest Odisha News

ବାପା ହେଲେ କ୍ରିକେଟର ମୟଙ୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ଘରେ ଖୁସିର ବାତାବରଣ ଖେଳିଯାଇଛି । ମୟଙ୍କଙ୍କ ପତ୍ନୀ ଆଶିତା ସୁଦ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିବା ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ସେମାନେ ଏବେଠାରୁ ପୁଅର ନାମ ଆୟାଂଶ ରଖିଛନ୍ତି । ୭ ବର୍ଷ ଧରି ମୟଙ୍କ ଓ ଆଶିତା ପରସ୍ପରକୁ ଭଲ ପାଇବା ପରେ ୨୦୧୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆଶିତାଙ୍କ ବାପା କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଅଟନ୍ତି । ସେ ମଧ୍ୟ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ମୟଙ୍କ ଏବେ ଭାରତୀୟ ଚୂଡାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି ।

ସେ ଆଇପିଏଲ ଏବଂ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟରେ ଆକର୍ଷଣୀୟ ପ୍ରଦର୍ଶନ କରି ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । ତେବେ ୨୦୨୩ ଆଇପିଏଲ ନିଲାମ ପ୍ରକ୍ରିୟା ପୂର୍ବରୁ ତାଙ୍କୁ ଫ୍ରାଚାଇଜ ରିଲିଜ କରିଛି । ୨୩ ଡିସେମ୍ବରରେ ହେବାକୁ ଥିବା ମିନି ନିଲାମରେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହେବ । ମୟଙ୍କ ଏବଂ ଆଶିତା ତାଙ୍କ ପୁତ୍ର ସନ୍ତାନ ନେଇ ବେଶ ଖୁସି ଅଛନ୍ତି । ଉଭୟ ମାଆ ଏବଂ ପୁଅ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.