Latest Odisha News

BREAKING NEWS

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୁଲିସକୁ ମିଳିଲା ବଡ଼ ସଫଳତା । ପୁଣି ଜବତ ହୋଇଛି ଗଞ୍ଜେଇ ।  ପୋଲିସ ଖଡାପୁଟ ଗ୍ରାମ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢାଉ କରି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ମାଫିଆ ଫେରାର ହୋଇ ଯାଇଥିବାବେଳେ ୩୦ ବସ୍ତା ଗଞ୍ଜେଇ ଜବତ କରିଥିଲା ପାଡୁଆ ପୋଲିସ । ଯାହା ପ୍ରାୟ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ କାରି ସ୍ଥାନୀୟ ମାଫିଆ ଥିବା ଚିହ୍ନଟ କରିଛି ପୋଲିସ । ତାକୁ ଖୁବ ଶୀଘ୍ର ଧରା ହେବା ବୋଲି ପୋଲିସ କହିଛି ।

Leave A Reply

Your email address will not be published.