Latest Odisha News

BREAKING NEWS

ଶାହାରୁଖ, ଅନନ୍ୟାଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ନାର୍କୋଟିସ କଂଟ୍ରୋଲ ବ୍ୟୁରୋ (ଏନସିବି) ଆଜି ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । ଏହା ପରେ ଅପରାହ୍ନ ୨ଟା ବେଳେ ଏନସିବି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ସୂଚନାଯୋଗ୍ୟ, ବୁଧବାର ଡ୍ରଗ୍ସ କେସରେ ଜାମିନ ଅବେଦନ ଖାରଜ ହେବା ପରେ ଶାହାରୁଖ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲ ଯାଇଥିଲେ ।

ସେଠାରେ ପିତା ପୁତ୍ରଙ୍କ ମଧ୍ୟରେ ୧୮ ମିନିଟ ଧରି ଆଲୋଚନା ହୋଇଥିଲା । କ୍ରୁଜ ଡ୍ରଗ୍ସ ପାର୍ଟିରେ ଆର୍ଯ୍ୟନଙ୍କ ସହିତ ଆଉ ଜଣେ ଅଭିନେତ୍ରୀଙ୍କ ଚ୍ୟାଟ୍ସ ଏନସିବିକୁ ହସ୍ତଗତ ହୋଇଥିଲା । ଏହା ପରେ ଏନସିବି ତାର ତଦନ୍ତ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିଛି ।

Leave A Reply

Your email address will not be published.