Latest Odisha News

BREAKING NEWS

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ।

କୌଣସି ସୂତ୍ରରୁ ଖବର ମିଳିବା ପରେ ସମ୍ବଲପୁର ଅବକାରୀ ଉପ ଆୟୁକ୍ତ ଡ଼ମ୍ବରୁଧର ଖଣ୍ଡା, ବରଗଡ଼ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ସୂଚନା ଅନୁଯାୟୀ, ଭୁକ୍ତା ଅଞ୍ଚଳର ରଞ୍ଜିତ ପାତିକାରଙ୍କ ଘରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ ସିରଫ ଜବତ କରାଯାଇଛି। ପରେ ରଞ୍ଜିତ ପାତିକାରକୁ ଗିରଫ କରାଯାଇଛି। ପିଆର ନମ୍ବର-୧୮୮/୨୧-୨୨ ଅନୁଯାୟୀ ଏନଡ଼ିପିଏସ ଆକ୍ଟ, ୨୧/ବି କେସ୍ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ କହିଛି।

ଚଢ଼ାଉ ସମୟରେ ସମ୍ବଲପୁର ଗୁଇନ୍ଦା ସଂସ୍ଥା ଅବକାରୀ ନିରିକ୍ଷକ ଶଶିକାନ୍ତ ଦତ୍ତା, ଗୁଇନ୍ଦା ସଂସ୍ଥା ଅବକାରୀ ଉପ ନିରିକ୍ଷକ ହେମନ୍ତ ମହାନନ୍ଦିଆ, ଭଟଲି ଅବକାରୀ ଥାନା ଉପନିରିକ୍ଷକ ଉଷାବତୀ ଗୌଡ଼, ଏଏସଆଇ ବିଜୟ ବିରେନ୍ଦ୍ର ଲାକ୍ରା, ଏଏସଆଇ ଯୁବରାଜ ବାଗ, ଏଏସଆଇ ପରିଜା ଶଙ୍କର ମହାନ୍ତି, କନେଷ୍ଟବଳ ଆଲୋକ ପ୍ରଧାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.