Latest Odisha News

BREAKING NEWS

ମୁନିଗୁଡାରେ ଅସମ୍ଭାଳ ଗଂଜେଇ ଚାଲାଣ

ରାୟଗଡା: ରାଜ୍ୟରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ବ୍ରାଉନ୍ ସୁଗାର ଓ ଗଂଜେଇ ଚାଲାଣ ପୋଲିସ ପ୍ରଶାସନର ନିଦ ହଜାଇଦେଇଛି । ନିକଟରେ ରାୟଗଡା ଜିଲ୍ଲାରେ ଅପ୍ରତ୍ୟଶିତ ଭାବେ ବୃଦ୍ଧି ପାଇଛି ଗଂଜେଇ ଚୋରା ଚାଲାଣ । ଏହି ଧାରାରେ ଆଜି ମୁନିଗୁଡା ପୋଲିସ ୬୦ ଲକ୍ଷ ଟଙ୍କା ମୂଲ୍ୟର ଗଂଜେଇ ଓ ଏକ ଟ୍ରକକୁ ଜବତ କରିଛି ।

BjdElectrycity

ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ସ୍ଥାନୀୟ ଷ୍ଟାଡିୟମ ନିକଟରେ ଏକ ଟ୍ରକର ତନଖି କରିଥିଲା । ତେବେ ସେହି ସମୟରେ ଗାଡିର ଚାଳକ ଦୌଡି ପଳାଇବା ଦେଖି ପୋଲିସର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ଖୋଳତାଡରେ ଟ୍ରକରୁ ପୋଲିସକୁ ମିଳିଥିଲା ୫ କୁଇଣ୍ଟାଲ୍ ୯୮ କି.ଗ୍ରା ଗଂଜେଇ । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ମୁନିଗୁଡା ଏସ୍‌ଡିପିଓ ଆକାଶ ସାହୁ ସୂଚନା ଦେଇଥିଲେ ।

ପ୍ରାଥମିକ ତଦନ୍ତରେ ଗଂଜେଇ ଭର୍ତ୍ତି ଗାଡିକୁ କିଏ ଓ କେଉଁଠି ପଠାଇବାକୁ ଯୋଜନା କରିଥିଲା, ସେ ନେଇ ଖୋଳତାଡ ଜାରି ରହିଛି । ଅନ୍ୟପଟେ ପୋଲିସ ଗଂଜେଇ ଜବତ କରୁଥିଲେ ବି ଗଂଜେଇ ଚାଲାଣକାରୀ ଖସିଯାଉଥିବା ଘଟଣାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରିନାହାଁନ୍ତି ।

Leave A Reply

Your email address will not be published.