Latest Odisha News

BREAKING NEWS

ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ, ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ସବୁଠୁ ଛୋଟ ରାମ ପ୍ରତିମା 

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ ମହାରଣା । ପବିତ୍ର ରାମ ନବମୀ ଉପଲକ୍ଷେ ଓଡ଼ିଶାର ଜଣେ କଳାକାର ବିଶ୍ବର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର 4.1 ସେଣ୍ଟିମିଟର । ଏହି ପ୍ରତିମା ମାତ୍ର ଗୋଟିଏ ଘଣ୍ଟାରେ ସେ ପ୍ରସ୍ତୁତ କରିଛନ୍ତି । ଏହା ବିଶ୍ବର ସବୁଠୁ ଛୋଟ କାଠରେ ତିଆରି ରାମଙ୍କ ପ୍ରତିମା ବୋଲି ସେ କହିଛନ୍ତି । 

ସତ୍ୟନାରାୟଣ ଗଞ୍ଜାମର ବାସିନ୍ଦା । ସେ ଛୋଟ ଛୋଟ ମୂର୍ତ୍ତି ନିର୍ମାଣ କରି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଏହାସହିତ ସେ ଜଣେ ବାଲୁକା ଶିଳ୍ପି ବୋଲି ମଧ୍ୟ । ସମସ୍ତଙ୍କୁ ରାମନବମୀର ଶୁଭକାମନା ଜଣାଇଛନ୍ତି ସତ୍ୟନାରାୟଣ । ସମସ୍ତଙ୍କୁ ସୁରକ୍ଷିତ ରହିବା ସହିତ ଘରେ ରହିବାକୁ ନିବେଦନ କରିଛନ୍ତି । 

ପୂର୍ବରୁ ସତ୍ୟନାରାୟଣ ମହାଶିବରାତ୍ରୀ ଉପଲକ୍ଷେ ଶିବଙ୍କର ସବୁଠାରୁ ଛୋଟ ଶିବଲିଙ୍ଗ ମଧ୍ୟ ପ୍ରସ୍ତୁତ କରିଥିଲେ । ଯାହା କାଠ ଏବଂ ପଥରର ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା । 

Leave A Reply

Your email address will not be published.