Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୨୦୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୨୦୦୯ ଜଣ ସଂକ୍ରମିତ । ନୂଆପଡ଼ାରୁ ସର୍ବାଧିକ ୨୭୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଖୋର୍ଦ୍ଧାରୁ ଆଜି ୨୦୬ ଜଣ ସୁସ୍ଥ ହୋଇଥିବା ବେଳେ, କେନ୍ଦୁଝରରୁ ୧୫୨, ସୁମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୩, ବରଗଡ଼ରୁ ୧୦୮, ପୁରୀରୁ ୧୦୭, ବଲାଙ୍ଗିରରୁ ୮୮, ବାଲେଶ୍ବରରୁ ୮୦ ଓ ଝାରସୁଗୁଡ଼ାରୁ ୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କଟକରୁ ୫୭, ନବରଙ୍ଗପୁରରୁ ୫୨, ଗଞ୍ଜାମରୁ ୪୨, ଯାଜପୁରରୁ ୩୩, ଦେବଗଡ଼ରୁ ୩୧, ରାୟଗଡ଼ାରୁ ୨୮, ମୟୂରଭଞ୍ଜରୁ ୨୬, ଅନୁଗୁଳରୁ ୨୦, ଗଜପତିରୁ ୧୯, କନ୍ଧମାଳରୁ ୧୫, ସୋନପୁରରୁ ୧୪, ଜଗତସିଂହପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ନୟାଗଡ଼ରୁ ୮, ଢ଼େଙ୍କାନାଳରୁ ୩, କେନ୍ଦ୍ରାପଡ଼ାରୁ ୨, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍ ପୁଲରୁ ୪୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩ ଲକ୍ଷ ୫୧ ହଜାର ୩୮୬ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.