Latest Odisha News

BREAKING NEWS

ଗଞ୍ଜାମ ବସ ଦୁର୍ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ଦିନ ଏକ ବରଯାତ୍ରୀ ବସରେ କରେଣ୍ଟ ଲାଗି ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ଥାନୀୟ ଗୋଳନ୍ଥରା ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି।

ସାଉଥ କୋ କୁ ଘଟଣା ତଦନ୍ତ ରେ ସହାୟତା କରିବା ଲାଗି ମଧ୍ୟ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସ ପି କହିଛନ୍ତି ଯେ, ଜଣେ ଅତିରିକ୍ତ ଏସ ପି ଙ୍କୁ ଏହି ଘଟଣା ର ତଦନ୍ତ ଭାର ଦିଆଯାଇଛି ।

ଗତକାଲି ଏହି ଦୁର୍ଘଟଣାରେ ଶକ୍ତି ବିଭାଗକୁ ଦୋଷ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମ ଆଗରେ କହିଥିଲେ, “ଆମେ ବୁଝିପାରୁନୁ ଯେ ୧୧ କେଭି ବିଦ୍ୟୁତ୍ ତାର ଏତେ ତଳକୁ କିଭଳି ଝୁଲି ରହିଥିଲା । ତେବେ ଏନେଇ ଗ୍ରାମବାସୀ ସାଉଥକୋର ଦୃଷ୍ଟି ଆକର୍ଷଣ କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ” ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରବା ନେଇ ଘୋଷଣା କରିଥିଲେ। ଏହାଛଡା ଆହତ ମାନଙ୍କ ମାଗଣା ଚିକିତ୍ସା ପାଇଁ ମଧ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

Leave A Reply

Your email address will not be published.