Latest Odisha News

BREAKING NEWS

ନିଜ ସାଥୀଙ୍କ ସହ ଏହିଭଳି ପାଳନ କରନ୍ତୁ ଟେଡି ଡେ’…

ଭୁବନେଶ୍ୱର:ପାଖେଇ ଆସୁଛି ଭଲେଣ୍ଟାଇନ ଡେ’ । ରୋଜ୍ ଡେ, ପ୍ରପୋଜ୍ ଡେ ଓ ଚକୋଲେଟ ଡେ ପରେ ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଟେଡି ଡେ ।

ପରସ୍ପରକୁ ଟେଡିବିୟର ଦେଇ ନିଜ ମନର ଭାବନା ପ୍ରକାଶ କରୁଛନ୍ତି ପ୍ରେମୀ ଯୁଗଳ ।

ପ୍ରେମ । ଅଢେଇ ଅକ୍ଷର ଏଇ ଶଦ୍ଦ ଜୀବନକୁ କରିଦିଏ ରଙ୍ଗୀନ୍ । ସେଇଥି ପାଇଁ ତ ଭାଲେଣ୍ଟାଇନ୍ସ ଡେର ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବିଭିନ୍ନ ଡେ ସେଲିବ୍ରେସନ । ଏହି କ୍ରମରେ ଆଜି ହେଉଛି ଟେଡି ବିୟର ଡେ ।

ମନର ମଣିଷକୁ ଟେଡି ଟିଏ ଦେଇ ପରସ୍ପର ମଧ୍ୟରେ ସଂପର୍କକୁ ଗାଢ଼ କରିଛନ୍ତି ପ୍ରେମୀ ଯୁଗଳ । କାରଣ ଆଜିର ଟେଡ଼ି ହୃଦୟକୂ ଛୁଇଁବା ପରେ କାଲି ମିଳିବ ଲଙ୍ଗଟର୍ମ ପ୍ରତିଶ୍ରୁତି ବା ଅନବ୍ରେକେବଲ ପ୍ରମିଜ୍ ।

ଟେଡି କୁଆଡେ ଯେତେ ଦିନ ପାଖରେ ଥିବ, ସେତେ ଦିନ ଯାଏ ପ୍ରେମ ଅକ୍ଷୁର୍ଣ୍ଣ ରହିବ ।

ଭାଲେଣ୍ଟାଇନ୍ ସପ୍ତାହର୍ ଚାହିଦାକୁ ଦେଖି ବଜାରରେ ବି ଉପଲବ୍ଧ ରହିଛି ଭଳିକି ଭଳି ଟେଡି । କେଉଁଠି ଭଏସ ରେକର୍ଡିଂ ଟେଡି ତ ପେନ୍ ରେ, ଚାବି ରିଙ୍ଗରେ, ଗୋଲାପରେ ସବୁଥିରେ ଟେଡ଼ି ।

ସବୁ ଟେଡ଼ି ଗିଫ୍ଟରେ ରହିଛି କିଛି ନା କିଛି ସ୍ବତନ୍ତ୍ରତା । ଦାମ୍ ବି ପକେଟକୁ ସହାଇଲା ଭଳି । ୯୯ଟଙ୍କରୁ ୧୦ହଜାର ମଧ୍ୟରେ ରହିଛି ଏସବୁ ରେଟ୍ ।

ନିଜ ସାଥୀ ପାଇଁ ମନ ପସନ୍ଦର ଟେଡ଼ି ଟିଏ ନେବା ପାଇଁ ମଲ୍, ସପିଂ କମ୍ପଲେକ୍ସରେ ବେଶ ଭିଡ଼ ।

Leave A Reply

Your email address will not be published.