Latest Odisha News

BREAKING NEWS

ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ଆଜିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି। ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ ରାୟ ଟିକା ନେଇଛନ୍ତି । ଏହାପରେ ନିର୍ଦ୍ଧାରିତ ସମୟ ଯାଏ ସେମାନେ ବିଶ୍ରାମ ନେଇଥିଲେ ।

ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ପଞ୍ଜିକୃତ ସମସ୍ତ କର୍ମଚାରୀ ଟିକା ନେବେ । ରାଜ୍ୟରେ ପୋଲିସ ଅଧିକାରୀ ଓ କର୍ମଚାରୀ ନେବେ କରୋନା ଟିକା । ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି ଟିକା ନେବେ ।

ଟିକା ନେବା ପରେ ଫୋଟ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପାଇଁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକ ଅଧିକ ସଚେତନ ହେବେ ଓ ସେମାନଙ୍କ ମନରୁ ଭୟ ଦୂର ହେବ । ଆତ୍ମବିଶ୍ୱାସ ବଢ଼ିବ । ଆଜିଠାରୁ ଗୃହ, ନଗର ଉନ୍ନୟନ, ରାଜସ୍ୱ ବିଭାଗର ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.