Latest Odisha News

BREAKING NEWS

 ପୁରୀ ଜିଲ୍ଲା କଣାସ ବ୍ଲକରେ ଭୋଜି ଖାଇ ଶତାଧିକ ଅସୁସ୍ଥ

କଣାସ(ପୁରୀ): ଭୋଜି ଖାଇ ଶତାଧିକ ଅସୁସ୍ଥ । ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଘଟଣା ଘଟିଛି । ଭୋଜି ଖାଇ ପାଖାପାଖି ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ଏକ ବିବାହ ଭୋଜି ହୋଇଥିଲା । ଗାଁର ଅଧିକାଂସ ଲୋକ ସେଠାରେ ଭୋଜି ଖାଇଥିଲେ । ସେଠାରୁ ଫେରିବା ପରେ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଥିଲେ । କିଛି ଲୋକ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ଘରକୁ ଫେରିଛନ୍ତି । ଆଉ କିଛି ଲୋକଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.