କୋଦଳା: ବୁଧବାର ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ ଅଚାନକ ପରିଦର୍ଶନ କରିଛନ୍ତି। କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ଜିଲ୍ଲାପାଳ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ଆଦି ତଦାରଖ କରିଥିଲେ ।ଏନଏସି ତରଫ ରୁ କରୋନାସଂକ୍ରମଣ ସମ୍ପର୍କରେ ମାଇକ ପ୍ରଚାର ଗାଡି ବୁଲୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଲାପାଳ । ପରେ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର (MCC),ବର୍ଯ୍ୟବସ୍ତୁ ପୁନରୁଦ୍ଧାର ସୁବିଧାଗ୍ରୁହ(MRF )ପରିଦର୍ଶନ କରି ଖୁସି ବ୍ୟକ୍ତ କରିବା ସହ ସ୍ଥାନୀୟ ପ୍ରଶାସନ କୁ ସାବାସୀ ଦେଇଥିଲେ । ପରିଶେଷରେ ନିର୍ବାହି ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ସହିତ ବିସ୍ତ୍ରୁତ ଆଲୋଚନା କରି କବିସୂର୍ଯ୍ୟନଗର ଅଭିମୁଖେ ଯାଇଥିଲେ ଜିଲ୍ଲାପାଳ।
BREAKING NEWS
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ
- ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍
- OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
- ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା
- ପାରାଦୀପ ବନ୍ଦରର ବିକାଶକୁ ନୂଆ ଉଡ଼ାଣ: ୪୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
- ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ

Comments are closed.