Latest Odisha News

BREAKING NEWS

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି ।

ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ । ଅନ୍ୟ ଜଣେ ସହିଦ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଚମ୍ପାରଦା ଗ୍ରାମର ନନ୍ଦୁରାମ ସୋରେନ ।

ସରକାରୀ ସୂତ୍ରରୁ ଏନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ସହିଦମାନଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଗଣମାଧ୍ୟମକୁ ସୂଚନାଦେଇ ଚନ୍ଦ୍ରକାନ୍ତଙ୍କ ମାଆ କହିଛନ୍ତି, ସେ ଛଅ ବର୍ଷ ପୂର୍ବରୁ ବିହାର ରେଜିମେଣ୍ଟରେ ଯୋଗଦାନ କରିଥିଲେ । ସେ ଲଦାଖରେ ୨ ବର୍ଷ ପୂର୍ବରୁ ଯୋଗଦେଇଥିଲେ । ସୀମାରେ ତାଙ୍କର ଡ୍ୟୁଟି ରହିଥିଲା ।

ସେହିପରି ଭାବେ ନନ୍ଦୁରାମ ମଧ୍ୟ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ ।

ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରି ଚୀନ ସୈନିକମାନେ ବେଆଇନ୍ ଭାବେ ଭାରତୀୟ ସୈନିକମାନଙ୍କ ଉପରକୁ ପ୍ରଥମେ ଆକ୍ରମଣ କରିବାରୁ ଭାରତୀୟ ସେନା ମଧ୍ୟ ପ୍ରତି ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ବେଳେ ଭାରତୀୟ ସେନାର ପାଲଟା ଜବାବରେ ୪୩ ଜଣ ଚୀନ ସୈନିକ ନିପାତ ହୋଇଛନ୍ତି ।

Leave A Reply

Your email address will not be published.