Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ାର ବିକାଶ ପାଇଁ  ୮ଟି ରାଜ୍ୟକୁ ସଟ୍‌ଲିଷ୍ଟ୍ କରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ । ଏହିସବୁ ରାଜ୍ୟର ଆଧୁନିକ ସୁବିଧା ସୁଯୋଗ ଥିବା ଷ୍ଟାଡିୟମକୁ ବଛା ଯାଇଛି ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ୱସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର (କେଆଇଏସ୍‌ସିଇ ବା ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସେଲେନ୍ସ) ଖୋଲିବ । ଗତ ବର୍ଷ ଅକ୍ଟୋବର ମାସରୁ କ୍ରୀଡ଼ା ମନ୍ତ୍ରଣାଳୟ ଏହି ପକ୍ରିୟା ଆରମ୍ଭ କରିଥିଲା । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ନିଜର ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ସଂପର୍କରେ ରିପୋର୍ଟ ଦେବାକୁ କୁହାଯାଇଥିଲା ।  କେଆଇଏସ୍‌ସିଇରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନକୁ ଗୁରୁତ୍ୱ ଦିଆଯିବ ।

କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, କେଆଇଏସ୍‌ସିଇ ଅଲିମ୍ପିକ୍ସ ପ୍ରସ୍ତୁତିରେ ଆମକୁ ସହାୟକ ହେବ । ଅଲିମ୍ପିକ୍ସରେ ଭାରତର ଶକ୍ତି ବୃଦ୍ଧି କରିବ । ଆମ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ରାଜ୍ୟରେ ଉନ୍ନତ ଭିତ୍ତିଭୂମିର ବିକାଶ କରିବା । ଯାହା ଅନ୍ତର୍ଜାତୀୟ ମାନର ହେବ । ଯେଉଁଠି କ୍ରୀଡ଼ାବିତମାନେ ସବୁ ପ୍ରକାର ସୁବିଧା ପାଇ ପାରିବେ । ଏହି ଯୋଜନା ନିଶ୍ଚିତ ସଫଳ ହେବ ।’

Leave A Reply

Your email address will not be published.