Latest Odisha News

BREAKING NEWS

ଜୁଆ ଆଡ୍ଡାରେ ପୋଲିସର ବଡ଼ ଧରପଗଡ଼: ଗୋଟିଏ ରାତିରେ ଗିରଫ ହେଲେ ୧୯୪ ଜୁଆଡ଼ି

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ପୋଲିସର କଡ଼ା ଚଢ଼ାଉ ଜାରି ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ପାର୍ବଣ ଋତୁ, ବିଶେଷ କରି କୁମାର ପୂର୍ଣ୍ଣିମା ଓ ଦୀପାବଳି ସମୟରେ ବେଆଇନ ଜୁଆ ଖେଳ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବ୍ୟାପକ ସ୍ପେଶାଲ ଡ୍ରାଇଭ୍ ଚାଲିଛି। ଗୋଟିଏ ରାତିରେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ୩୪ ଜୁଆ ଆଡ୍ଡାରେ ଚଢ଼ଉ ହୋଇଛି । ପୋଲିସ ୧୯୪ଜଣଙ୍କୁ ଗିରଫ କରି ଜବତ କରିଛି ୧୨ଲକ୍ଷ ୮୮ହଜାର ଟଙ୍କା । ବହୁ ସଂଖ୍ୟାରେ ମୋବାଇଲ ଓ ବାଇକ୍ । ମଧ୍ୟ ଜବତ ହୋଇଛି । ସର୍ବାଧିକ ଜୁଆଖେଳ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଧରାପଡିଛି ।

କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ହୋଇଥିବା ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ମାତ୍ର ଦୁଇ ଦିନ ମଧ୍ୟରେ ୪୭୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। କେବଳ ଗୋଟିଏ ରାତିରେ ହିଁ ଅନେକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୬୦ରୁ ଅଧିକ ଲୋକଙ୍କୁ ବାନ୍ଧିଥିଲା ପୋଲିସ। ସେହିପରି ଗଜପତିର ପାରଳାଖେମୁଣ୍ଡିରେ ଏକ କଲ୍ୟାଣ ମଣ୍ଡପରେ ଚାଲିଥିବା ବଡ଼ ଜୁଆ ଆଡ୍ଡାରୁ ୭୦ ଜଣ ଗିରଫ ହୋଇଥିବା ବେଳେ, ରାୟଗଡ଼ାରେ ୪୭ ଜଣ ଏବଂ ପୁରୀର ବିଭିନ୍ନ ଅଞ୍ଚଳରୁ ମଧ୍ୟ ଅନେକ ଜୁଆଡ଼ିଙ୍କୁ ଗିରଫ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଓ ଗାଡ଼ି ଜବତ କରାଯାଇଛି।

ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୧୦ଟି ଥାନାରେ ୨୫ଟି ମାମଲା ରୁଜୁ ହୋଇଛି । ୧୩୧ଜଣ ଗିରଫ ହେବା ସହ ୪୦ଟି ମୋବାଇଲ ଫୋନ, ଗୋଟିଏ କାର୍, ୨୭ଟି ବାଇକ୍ ଏବଂ ୮ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି । ଗୋପାଳପୁର ଥାନା ପୋଲିସ ୩ଟି ଜୁଆଖେଳରେ ଚଢ଼ଉ କରି ୧୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ଲକ୍ଷ ୩୩ହଜାର ଟଙ୍କା ଜବତ କରିଛି । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାର ୩ଟି ଥାନା ଅଞ୍ଚଳରେ ୯ଟି ଜୁଆଆଡ୍ଡାରେ ଚଢ଼ଉ କରିଛି । ୬୩ ଜଣଙ୍କୁ ଗିରଫ କରିବା ସହ ୪ଲକ୍ଷ ୨୦ହଜାର ଟଙ୍କା ଜବତ ହୋଇଥିବା ଏସପି ହରିଶ ବିସି କହିଛନ୍ତି ।

Leave A Reply

Your email address will not be published.