Latest Odisha News

BREAKING NEWS

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି ।

ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣର ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏତିକିବେଳେ ରବିଗୁଡା ଛକ ନିକଟରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ । ୫୯ଟି ପ୍ୟାକେଟରେ ୧୧୮୦ କିଲୋଗ୍ରାମ୍ ଗଞ୍ଜେଇ ମୁନିଗୁଡ଼ା ଅଭିମୁଖେ ଚାଲାଣ କରୁଥିଲେ ।

Leave A Reply

Your email address will not be published.