Latest Odisha News

BREAKING NEWS

ଟିପିସିଓଡିଏଲର ‘ଗାଁକୁ ଚାଲ’ ଅଭିଯାନ; ଅଭିଯୋଗ ଶୁଣାଣି ସହ ଗ୍ରାହକଙ୍କ ନିକଟତର ହେଉଛି କମ୍ପାନୀ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି । ଗ୍ରାମୀଣ ଅଞ୍ଚଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ସଂପର୍କିତ ପ୍ରଶ୍ନ ଓ ଅଭିଯୋଗ, ବିଲ ପେମେ ସଂପର୍କିତ ସ୍ପଷ୍ଟୀକରଣ ଓ ଅଭିଯୋଗ ଏବଂ ଶକ୍ତି ସଞ୍ଚୟ ସଂପର୍କିତ ପ୍ରଶ୍ନୋତ୍ତର ଆଲୋଚନା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଟିପିସିଓଡିଏଲ ପକ୍ଷରୁ କୁହାଯାଇଛି ।

ଟିପିସିଓଡିଏଲର ଏହି ଗ୍ରାହକ ସଂପର୍କ ଅଭିଯାନରେ ଅଧିକାରୀମାନେ ୬୮୮ଟି ଗ୍ରାହକ ଆଲୋଚନା ଶିବିର ଆୟୋଜନ କରିପାରିଛନ୍ତି । ଯେଉଁଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦ ହଜାର ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିବା ସହ ସଫଳ ଆଲୋଚନା କରିଛନ୍ତି ।

୨୩ ହଜାର ୯୫୧ ଅଭିଯୋଗ ପଞ୍ଜୀକରଣ ସହ ୧୯୦୦ ନୂଆ ସଂଯୋଗ ଆବେଦନ ହାସଲ କରିଛି । ଏବଂ ୧୭୦୦ରୁ ଅଧିକ ମିଟର ରିଡିଂର ପୁନଃ ଯାଞ୍ଚ କରାଯାଇଛି ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

‘ଗାଁକୁ ଚାଲ’ ଅଭିଯାନ ଗ୍ରାମୀଣ ଅପହଞ୍ଚ ଅଞ୍ଚଳର ଗ୍ରାହକ ଓ ବିତରକଙ୍କ ମଧ୍ୟରେ ଅନ୍ତର ଦୂର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସିଇଓ ଏମ୍ ସେନବାଗମ୍ କହିଛନ୍ତି ।

Leave A Reply

Your email address will not be published.