ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି ଏହାକୁ ଘରକୁ କିଣି ଆଣିବାକୁ ବି ଭୟ କରିଥାନ୍ତି । କାହିଁକି ଜାଣନ୍ତୁ ।
ଏହି ଗାଁ ବିହାରର ଜହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ତ୍ରିଲୋକି ବିଘା ଗାଁ ଭାବେ ପରିଚିତ । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଟି ଘର ରହିଛି । ଏଠାରେ ବସବାସ କରୁଥିବା ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା ପୁରା ନିଷେଧ । ଏଠାକାର ଲୋକଙ୍କ କହିବା କଥା ହେଲା, ଗାଁରେ ବହୁ ପୁରୁଣା ଏକ ଠାକୁରବାଡି ମନ୍ଦିର ରହିଛି । ଏଠାରେ ଏହି ଠାକୁରଙ୍କର ବହୁତ ମାହାତ୍ମ୍ୟ ରହିଛି । ତାଙ୍କ ପାଖରେ ଯେଉଁ ଲୋକ ମାନସିକ କରନ୍ତି ତାହା ନିଶ୍ଚୟ ପୂରଣ ହୁଏ । ତେଣୁ ଏହି ମନ୍ଦିର ଯୋଗୁଁ ପ୍ରାୟ ୪୫ ବର୍ଷରୁ ଅଧିକ ହେବ ଏହି ଗାଁର ଲୋକମାନେ ପିଆଜ ଏବଂ ରସୁଣ ଖାଇବା ବନ୍ଦ କରିଦେଇଛନ୍ତି । ଗାଁରେ ଅନେକ ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥିଲା ବୋଲି ଲୋକେ କୁହନ୍ତି । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ ଓ ପିଆଜ ଖାଇବା ବନ୍ଦ କରି ନ ଥିଲେ ବରଂ ବଜାରରୁ ଆଣିବା ବନ୍ଦ କରିଦେଇଥିଲେ । କେବଳ ରସୁଣ ଏବଂ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ଭଳି ଜିନିଷ ଏହି ଗାଁରେ ନିଷେଧ ।
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.