Latest Odisha News

BREAKING NEWS

୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଭାରତ

ପୋଚେଷ୍ଟ୍ରୁମ: ଭାରତୀୟ ଟିମ ଚଳିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରଇ ୧୦୭ ରନ କରିଥିଲା । ଜର୍ଜିୟା ପ୍ଲେମର ୩୫ ଓ ଇସାବେଲ ଜର୍ଜ ୨୬ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ପାର୍ଶବୀ ଚୋପ୍ରା ୩ଟି ୱିକେଟ ହାସଲ କରିଥିଲେ । ୧୦୮ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ୧୪.୨ ଓଭରରେ ୨ଟି ୱିକେଟ ହରାଇ ହାସଲ କରି ନେଇଥିଲା । ଶ୍ୱେତା ସେହରାବତ ୬୧ ରନର ବିସ୍ପୋରକ ଇନିଂସ ଖେଳିଥିଲେ ।

ସୌମ୍ୟା ତିୱାରୀ ୨୨ ଓ ଅଧିନାୟିକା ଶେଫାଳୀ ବର୍ମା ୧୦ ରନର ଯୋଗଦାନ ଦେଇଥିଲେ । ଶ୍ୱେତା ୩ଟି ଅର୍ଦ୍ଧଶତକ ସହ ମୋଟ ୨୯୨ ରନ କରି ଟପ ସ୍କୋରର ରହିଛନ୍ତି । ଭାରତ ଫାଇନାଲରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।

Leave A Reply

Your email address will not be published.