Latest Odisha News

ରସୁଣଠୁ ବି ଅଧିକ ଉପଯୋଗୀ ଏହାର ଚୋପା: ଫିଙ୍ଗି ଦେଉଥିଲେ ସାଇତି ରଖନ୍ତୁ

ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ରୋଷେଇରେ ବ୍ୟବହୃତ ହୁଏ ରସୁଣ  । କିନ୍ତୁ ଏହି ରସୁଣରେ କେତେ ଔଷଧୀୟ ଉପାଦାନ ରହିଛି ଆପଣ ମାନେ ଜାଣିଛନ୍ତି କି ଆସନ୍ତୁ ଜାଣିବା  । ରସୁଣ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ  ।  ଯଦିଓ ଏଥିରେ କମ୍  କ୍ୟାଲୋରୀ ଥାଏ  । କିନ୍ତୁ  ଏଥିରେ ଭିଟାମିନ୍ ବି ୬ , ଭିଟାମିନ୍ ସି, ମାଙ୍ଗାନିଜ୍, ସେଲେନିୟମ୍ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ  ।  ଏହା କେବଳ ବିଭିନ୍ନ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ନୁହେଁ , ଏହା ହାର୍ଟ ପାଇଁ ମଧ୍ୟ ଲାଭଦାୟକ ।

ରସୁଣ ରାନ୍ଧିବାବେଳେ ଏହାର ଚୋପାକୁ ଛଡାଇ ଦେଇ ଏହାକୁ ଫିଙ୍ଗି ଦେଇଥାଉ  । ମାତ୍ର ଏହି ଚୋପାକୁ ଆମେ  ପୁନଃ ବ୍ୟବହାର କରିପାରିବା । ଘରେ ରସୁଣ ଚୋପାକୁ ଭଲ ଭାବେ ଗୁଣ୍ଡ କରି ଏହାକୁ ଲୁଣ ସହିତ ମିଶାନ୍ତୁ । ଏହି ରସୁଣ ଚୋପା ସହିତ ମିଶ୍ରିତ ଲୁଣ ବିଭିନ୍ନ ଡିସରେ ଅତିରିକ୍ତ ସ୍ୱାଦ ଆଣିଥାଏ । ଭିନେଗାରରେ ରସୁଣ ଚୋପା ମିଶାନ୍ତୁ  । ଯାହା ସାଲାଡ ଡ୍ରେସିଂ ପାଇଁ ଏହା ବେଷ୍ଟ ବିକଳ୍ପ ।

ରସୁଣ ଚୋପାକୁ ଏକ ଉତ୍ତମ ସାର ଭାବରେ ବ୍ୟବହାର କରାଯାଇପାରିବ । ଯଦି ଆପଣ ଘରେ ତିଆରି କମ୍ପୋଷ୍ଟ ତିଆରି କରୁଛନ୍ତି ।  ସେଥିରେ ରସୁଣ ଚୋପାକୁ ମିଶାନ୍ତୁ  । ଏହା କମ୍ପୋଷ୍ଟକୁ ଅଧିକ ପୁଷ୍ଟିକର କରିଥାଏ  ।  ଶୁଖିଲା ରସୁଣ ଚୋପାକୁ ହାଣ୍ଡି ଏବଂ ପାତ୍ର କ୍ଲିନର୍ ଭାବରେ ବ୍ୟବହାର କରାଯାଇପାରିବ  । ଏହା ପ୍ୟାନରେ ଲାଗିଥିବା ଖାଦ୍ୟକୁ ସହଜରେ ସଫା କରିବାରେ ସାହାଯ୍ୟ କରେ । ରସୁଣ ଚା ତିଆରି କରିବା ପାଇଁ ରସୁଣ ଚୋପାକୁ ପାଣିରେ ଫୁଟାନ୍ତୁ  ।  ଏହି ଚାକୁ ଥଣ୍ଡା ଏବଂ ଫ୍ଲୁ ପାଇଁ ପ୍ରାକୃତିକ ବ୍ୟବହାର କରାଯାଇପାରିବ  ।

Comments are closed.