ନୟାଗଡ଼: ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡିହ ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି ।
ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଛନ୍ତି ସ୍ୱାମୀ । ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କେମିତି ଗ୍ୟାସ୍ ଟାଙ୍କି ଫାଟିଲା ତାହା ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ବିରିଡିହ ଗାଁରେ ଶୋକାକୂଳ ପରିବେଶ ।
Comments are closed.