Latest Odisha News

ଟାଟା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ; ୧୯ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ  । ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍  ।  ଗ୍ୟାସ ଲିକ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୧୯ ଗୁରୁତର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଷ୍ଟିମ ପାଇପ ଫାଟି ଯୁବାରୁ ଏପରି ଦୁର୍ଘଟଣା ଘଟିଛି ।

ଷ୍ଟିମ ପାଇପ ଫାଟି ଯିବାରୁ ସେଥିରୁ ଗରମ ପାଣି ପଡି ୧୯ ଜଣ ଆହତ ହୋଇଛନ୍ତି । ଖବର ପାଇ  ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।  ପ୍ଲାଣ୍ଟ କର୍ମଚାରୀ ଓ ଅନ୍ୟମାନଙ୍କୁ ପଚରାଉଚରା କରୁଛି ।

କମ୍ପାନୀ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାୱାର ପ୍ଲାଣ୍ଟର BFPP2ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଆଜି ମଧ୍ୟାହ୍ନ ଗୋଟାଏ ବେଳେ ଘଟିଛି । କିଛି ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ପ୍ଲାଣ୍ଟ ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଆହତଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ଚାଲିଛି ଏବଂ ଏହାର ପରବର୍ତ୍ତୀ ସୂଚନା ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

Comments are closed.