Latest Odisha News

BREAKING NEWS

ବେଲଜିୟମ ଚକୋଲେଟ ନେଇ ଚେତାଇଲା ହୁ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବେଲଜିୟମର ଏକ ନିର୍ଦ୍ଦିଷ୍ଟ ପ୍ରକାର ଚକୋଲେଟ ଉପରେ ସତର୍କତା ସୂଚନା ଜାରୀ କରିଛି । ଏହି ଚକୋଲେଟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ହୁ କହିଛନ୍ତି । ଏହି ଚକୋଲେଟରେ ସଲମୋନେଲା ନାମକ ଏକ ବିଷାକ୍ତ ପଦାର୍ଥ ରହୁଛି ଯାହା କି ଅତ୍ୟନ୍ତ ବିପଜ୍ଜନକ । ୟୁରୋପର ବିଭିନ୍ନ ଦେଶରୁ ଏ ନେଇ ୧୫୦ ମାମଲା ହସ୍ତଗତ ହୋଇଛି । ଏହା ବିଶେଷ କରି ଗ୍ୟାଷ୍ଟ୍ରୋଏଟେଂରାଇଟିସ ପାଥୋଜେନିକ ବ୍ୟାକ୍ଟେରିଆ ସୃଷ୍ଟି କରୁଛି ।

ସୂଚନାଯୋଗ୍ୟ, ବେଲଜିୟମରେ ପ୍ରସ୍ତୁତ ଏହି ଚକୋଲେଟ ୧୧୩ ଦେଶକୁ ରପ୍ତାନୀ ହୋଇଥାଏ । ଏବେ ଏହାର ବିକ୍ରିକୁ ସାରା ବିଶ୍ୱରେ ବନ୍ଦ କରାଯାଇଛି । ସଂକ୍ରମଣ ବିଶେଷ କରି ଛୋଟ ପିଲାଙ୍କୁ ହେଉଥିବାରୁ ଚିନ୍ତାର କାରଣ ବୋଲି ହୁ ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ ଖାଦ୍ୟ ନିରାପତା ପ୍ରାଧିକରଣ ନେଟୱର୍କ ଏ ନେଇ ମଧ୍ୟ ସତର୍କ ସୂଚନା ଜାରୀ କରିଥିଲା ।

Leave A Reply

Your email address will not be published.