Latest Odisha News

GATE ପରୀକ୍ଷା ୨୦୨୦: ଆବେଦନର ତାରିଖ ଅକ୍ଟୋବର ୭କୁ ବୃଦ୍ଧି

ନୂଆଦିଲ୍ଲୀ: ଆଇଆଇଟି ବମ୍ବେ GATE ୨୦୨୧ ପଞ୍ଜୀକରଣ ତାରିଖକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛି।

GATE ୨୦୨୧ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ପଞ୍ଜୀକୃତ ହୋଇ ଆବେଦନ ଫର୍ମକୁ gate.iitb.ac.in କିମ୍ବା ସିଧାସଳଖ appsgate.iitb.ac.in ରେ ଦାଖଲ କରିପାରିବେ ।

ଏହାପୂର୍ବରୁ, ଆବେଦନର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଥିଲା।

ଇଞ୍ଜିନିୟରିଂ କିମ୍ବା ବିଜ୍ଞାନରେ ସ୍ନାତକୋତ୍ତର ପ୍ରୋଗ୍ରାମରେ ଆଡମିଶନ ପାଇଁ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରିବା ପାଇଁ  ଆପ୍ଟିଚ୍ୟୁଡ୍ ଟେଷ୍ଟ୍ (GATE) କରାଯାଇଥାଏ | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଏସି), ବାଙ୍ଗାଲୋର ଏବଂ ସାତୋଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବମ୍ବେ, ଦିଲ୍ଲୀ, ଗୁଆହାଟି, କାନପୁର, ଖଡ଼ଗପୁର, ମାଡ୍ରାସ ଏବଂ ରାଉରକେଲା) ମିଳିତ ଭାବେ ଭାରତର ଆଠଟି ଜୋନରେ GATE ପରିଚାଳିତ କରିବେ । ଆଇଆଇଟି ବମ୍ବେ ଦ୍ୱାରା GATE ୨୦୨୧ ର ଆୟୋଜନ କରୁଅଛି ।

Leave A Reply

Your email address will not be published.