Latest Odisha News

BREAKING NEWS

ନୂତନ ଶିକ୍ଷାନୀତି ୨୦୨୦ ନେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଗୁରୁବାର ଦିନ କହିଛନ୍ତି ଯେ ସେ ଅକ୍ଟୋବର ୧ ରେ ନୂତନ ଶିକ୍ଷା ନୀତି (NEP) ୨୦୨୦ ନେଇ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବେ।

ଲାଇଭ୍ ଅଧିବେଶନ ତାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ କରାଯିବ। ପ୍ରାର୍ଥୀମାନେ #NEPTransformingIndia ହ୍ୟାସଟ୍ୟାଗ ସହିତ ପ୍ରଶ୍ନ ପଚାରିପାରିବେ |

ସେ ଟ୍ୱିଟରରେ ଲେଖିଛନ୍ତି, “Dear students, on 1st October I will be answering all your queries related to #NEP2020 that you shared earlier with me on my Twitter page. Save the Date and feel free to spread the word! #NEPTransformingIndia.”

କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି ଆରମ୍ଭ କରିବା ପରେ, ଏହି ନୀତିର କାର୍ଯ୍ୟ ଯୋଜନା ଉପରେ ଆଲୋଚନା ପାଇଁ ଅନେକ ୱେବିନାର୍ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେଇଛି ।

ଏଥିସହ ସରକାର ସେପ୍ଟେମ୍ବର ୮ ରୁ ୨୫ ପର୍ଯ୍ୟନ୍ତ ‘ଶିକ୍ଷା ପର୍ବ’ ଆୟୋଜନ କରିଥିଲେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ ଶିକ୍ଷା କନକ୍ଲେଭରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

Leave A Reply

Your email address will not be published.