Latest Odisha News

BREAKING NEWS

ଗେଟ୍ ୨୦୨୧: ଆଜି ଅନଲାଇନ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (GATE) ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ବୁଧବାର ରହିଛି ।

ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ IISc, IIT ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାଗୁଡ଼ିକରେ M.Tech ପାଠ୍ୟକ୍ରମରେ ଆଡମିଶନ ଚାହୁଁଛନ୍ତି, ସେମାନେ ସରକାରୀ ୱେବସାଇଟ୍ gate.iitb.ac.in ପରିଦର୍ଶନ କରିପାରିବେ ଏବଂ ପରୀକ୍ଷା ପାଇଁ ଦେୟ ଦେଇପାରିବେ ।

୫୦୦ଟଙ୍କା ବିଳମ୍ବ ଶୁଳ୍କ ଦେଇ ଅକ୍ଟୋବର ୧୨ ପର୍ଯ୍ୟନ୍ତ ମଧ୍ୟ ଆଗ୍ରହୀ ଆବେଦନ କରିପାରିବେ। ଗେଟ ୨୦୨୧ ପରୀକ୍ଷା ଫେବୃଆରୀ ୫-୭ ଏବଂ ଫେବୃଆରୀ ୧୨-୧୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ।

ଛାତ୍ରମାନଙ୍କୁ ପ୍ରତ୍ୟେକ ପେପର ପାଇଁ ଆବେଦନ ଶୁଳ୍କ ଭାବରେ ୧୫୦୦ ଟଙ୍କା ଦେବାକୁ ପଡିବ । ତେବେ ମହିଳା ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଏହି ରାଶି ୭୦୦ ଟଙ୍କା ରଖାଯାଇଛି ।

କମ୍ପ୍ୟୁଟର ଆଧାରିତ ପରୀକ୍ଷା ଚଳିତ ବର୍ଷ ଆଇଆଇଟି-ବମ୍ବେରେ ଅନୁଷ୍ଠିତ ହେବ। ୨୭ଟି ବିଷୟ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ନୂତନ ବିଷୟ ହେଉଛି ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ ଏବଂ ମାନବିକତା ଓ ସାମାଜିକ ବିଜ୍ଞାନ ।

Comments are closed.