Latest Odisha News

ଏହି ମନ୍ଦିରକୁ ଗଲେ ମୃତ୍ୟୁ ନିଶ୍ଚିତ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମ ଦୁନିଆ । ଏବେ ବି ପୃଥିବୀରେ ଏ ଭଳି ସ୍ଥାନ ରହିଛି ଯାହା ବିଷୟରେ ଶୁଣିଲେ ଲୋକଙ୍କୁ ବିଶ୍ୱାସ ହୁଏନି । ତୁର୍କୀର ପ୍ରାଚୀନ ସହର ହେରାପଲିସରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଗଲେ ଫେରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ଏଠାରେ ଅନେକ ଲୋକଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ଫଳରେ ଏଠାକୁ ଏବେ ଯିବା ପାଇଁ କାହାକୁ ଅନୁମତି ପ୍ରଦାନ କରାଯାଉ ନାହିଁ । ଏହି ମନ୍ଦିରର ବାହାରେ ଏକ ଦ୍ୱାର ରହିଛି । ସେଠାକୁ ମଣିଷ କିମ୍ବା ପଶୁ ଯିଏ ବି ଯାଏ ମୃତ୍ୟୁ ମୁଖରେ ପଡେ । ଏହାକୁ ନର୍କର ଦ୍ୱାର ମଧ୍ୟ କୁହାଯାଏ । ଗ୍ରୀକୋ-ରୋମାନ କାଳରେ ମନ୍ଦିରରେ ଜଣେ ବ୍ୟକ୍ତି ରହୁଥିଲା । ସେଠାରେ ତାଙ୍କୁ କିଏ ଜଣେ ବେକ କାଟି ହତ୍ୟା କରିଥିଲା । ସେବେଠାରୁ ଏଠାକୁ ଯିଏ ଯାହା ମୃତ୍ୟୁବରଣ କରେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

ଏହି ମନ୍ଦିର ପାଖରେ ଥିବା ଝରଣାରେ ଗାଧେଇଲେ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେବେ ବୈଜ୍ଞାନିକଙ୍କ ମତରେ ମନ୍ଦିର ତଳେ କାର୍ବନ ଡାଇଅକ୍ସସାଇଡ ସମେତ ଅନେକ ବିଷାକ୍ତ ଗ୍ୟାସ ରହିଛି । ଯାହା ସଂସ୍ପର୍ଶରେ ଆସିଲେ ଲୋକଙ୍କ ମୃତ୍ୟୁ ଘଟିଥାଏ ।

Comments are closed.