Latest Odisha News

BREAKING NEWS

ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ମୁମ୍ବାଇ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ପୁଣି ଥରେ ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଛନ୍ତି । ବ୍ଲୁମବର୍ଗ ବିଲିଅନାରୀ ରିପୋର୍ଟ ଅନୁସାରେ, ଆଦାନୀ ଏବେ ତାଲିକାର ୧୮ତମ ସ୍ଥାନରେ ଅଛନ୍ତି । ମଙ୍ଗଳବାର କାରବାର ବେଳେ ଆଦାନୀ ଗ୍ରୁପ କମ୍ପାନୀର ସେୟାର୍ ମୂଲ୍ୟ ବଢ଼ିଥିଲା । ୪.୩୮ ବିଲିୟନ୍ ଡଲାର ସମ୍ପତ୍ତି ବୃଦ୍ଧି ପାଇଛି ।

ଫେବ୍ରୁଆରୀ ୩ରେ ଟପ୍ ୨୦ ବିଲିଅନାରୀ ତାଲିକାରୁ ବାଦ୍ ପଡ଼ିଥିଲେ ଗୌତମ ଆଦାନୀ । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍ ଏବଂ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇ ଚାଲିଥିଲା । ୨୦୨୨ ସେପ୍ଟେମ୍ବରରେ ୧୫୪ ବିଲିଅନ୍ ଡଲାର ସମ୍ପତ୍ତି ସହ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ ଆଦାନୀ । ଚଳିତ ବର୍ଷ ଆରମ୍ଭରୁ ଆଦାନୀ ୫୬.୪ ବିଲିଅନ୍ ଡଲାର ସମ୍ପତ୍ତି ହରାଇଛନ୍ତି ।

ଜିକ୍ୟୁଜି ପାର୍ଟନର ରାଜୀବ ଜୈନଙ୍କ ଅନୁସାରେ, ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ୧୦ ପ୍ରତିଶତ ବଢ଼ିଛି । ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ଆଦାନୀଙ୍କ ସମ୍ପତ୍ତି ଖସିବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.