Latest Odisha News

BREAKING NEWS

ରାଖୀ ସାୱନ୍ତଙ୍କ ମୁଣ୍ଡରେ ଟେନ୍‌ସନ୍‌, କହିଲେ ବିପଦରେ ମୋ ବିବାହ

ମୁମ୍ବାଇ : ଟେନ୍‌ସନ୍‌ରେ ରାଖୀ ସାଓ୍ୱନ୍ତ । ନୂଆବର୍ଷରେ ରାଖୀ ସାୱନ୍ତଙ୍କ ଜୀବନରେ ସୁଖ ଆଣିବା ପରିବର୍ତ୍ତେ ଦୁଃଖର ପାହାଡ଼ ଲଦି ହୋଇଯାଇଛି ବୋଲି କହିଛନ୍ତି ରାଖୀ । ପ୍ରଥମେ ରାଖୀଙ୍କ ବିବାହ ବିଷୟରେ ପ୍ରକାଶ ପାଇଲା କିନ୍ତୁ ଆଦିଲ ଏହି ବିବାହକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଯେତେବେଳେ ସେ ରାଜି ହେଲେ, ରାଖୀ ସାଓ୍ୱନ୍ତଙ୍କ ମା’ର ଦେହାନ୍ତ ହୋଇଛି। ମା’ଙ୍କ ଦେହାନ୍ତ ହେବାର ପାଞ୍ଚ ଦିନ ବିତିଗଲାଣି ହେଲେ ପୁଣି ଥରେ ରାଖୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ଯାଇଛି । ସେ କାନ୍ଦୁଛନ୍ତି ଏବଂ ହାତ ଯୋଡ଼ି ସେ ସେହି ଲୋକମାନଙ୍କୁ ନିବେଦନ କରୁଛନ୍ତି ଯେଉଁମାନେ ତାଙ୍କୁ ଆଘାତ କରିବାକୁ ଚେଷ୍ଟା କରୁଛନ୍ତି  ।

୨୦୨୩ ରେ ରାଖୀ ସାୱନ୍ତଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ୭ ମାସ ପୂର୍ବରୁ ରାଖୀ ଏବଂ ଆଦିଲ ବିବାହ କରିଛନ୍ତି ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ମନେ ହେଉଥିଲା କିନ୍ତୁ ବର୍ତ୍ତମାନ ରାଖୀ କହିଛନ୍ତି ଯେ ସେମାନଙ୍କ ବିବାହ ବିପଦରେ ଅଛି  । ତାଙ୍କ ଜୀବନରେ କିଛି ଠିକ୍ ଚାଲୁନାହିଁ, କେହି କେହି ତାଙ୍କ ବିବାହିତ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି  । ଯଦିଓ ରାଖୀ ତାଙ୍କ ନାମ ନେଇ ନାହାଁନ୍ତି, କିନ୍ତୁ କହିଛନ୍ତି କେହି ଆଦିଲଙ୍କ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି  ।

 

View this post on Instagram

 

A post shared by Viral Bhayani (@viralbhayani)

ରାଖୀ ସାୱନ୍ତ କାନ୍ଦୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା ​ । ତାଙ୍କ କାନ୍ଦ ଦେଖି ଫ୍ୟାନ୍ସ ମାନେ ଦୁଃଖ ପ୍ରକାଶ କରିଛନ୍ତି  । ରାଖୀ ସାୱନ୍ତ ଅନେକ ସମୟରେ ବିବାଦ ଭିତରକୁ ଯାଆନ୍ତି  । ଗତ ବର୍ଷ ରିତେଶଙ୍କ ସହ ଛାଡପତ୍ର ହୋଇଥିଲା, ତାଙ୍କୁ ବିଗ୍ ବସ୍ ରେ ମଧ୍ୟ ଦେଖିବାକୁ ମିଳିଥିଲା । ରିତେଶଙ୍କ ପରେ ରାଖୀଙ୍କ ଜୀବନରେ ଆଦିଲଙ୍କ ଆସିଥିଲେ ବର୍ତ୍ତମାନ ତାଙ୍କ ସହ ସମ୍ପର୍କ ଭାଙ୍ଗୁଥିବା ଜଣାପଡିଛି।

 

Leave A Reply

Your email address will not be published.