Latest Odisha News

ଗମ୍ଭୀରଙ୍କ କେତେକ ନିଷ୍ପତି ନେଇ ବିସିସିଆଇ ବ୍ୟକ୍ତ କଲା ଅସନ୍ତୋଷ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭାରତ ୦-୩ରେ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏଥିନେଇ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଟାର୍ଗେଟକୁ ଆସିଛନ୍ତି । ପିଟିଆଇର ଏକ ରିପୋର୍ଟ ଅନୁସାରେ ଗମ୍ଭୀରଙ୍କ ସହ ବିସିସିଆଇର ଏ ନେଇ ଏକ ଆଲୋଚନା ବୈଠକର ଆୟୋଜନ କରିଥିଲା । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, ବିସିସିଆଇ ସେକ୍ରେଟାରୀ ଜୟ ଶାହ ଓ ଅଧ୍ୟକ୍ଷ ରୋଜର ବିନ୍ନୀ ଏଥିରେ ଯୋଗ ଦେଇଥିଲେ । ଅବଶ୍ୟ ଗମ୍ଭୀରଙ୍କ କୋଚିଂ ଶୈଳୀ ନେଇ ବିିସିିସିଆଇ ଅସନ୍ତୁଷ୍ଟ କି ନାହିଁ ତାହା ସ୍ପଷ୍ଟ ହୋଇନି । ଟିମ ମଧ୍ୟରେ ଥିବା ମତଭେଦ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଗମ୍ଭୀରଙ୍କ କେତେକ ନିଷ୍ପତି ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ ।

ଟି୨୦ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ପେସ ବୋଲର ହର୍ଷିତ ରାଣାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାଯିବା ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଉଭୟ ରଣଜୀ ଟ୍ରଫିରେ ମାତ୍ର ୧୦ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଉଭୟଙ୍କ ପାଖରେ ଅଭିଜ୍ଞତା ନ ଥିବା ବେଳେ କାହିଁକି ଦଳରେ ସାମିଲ କରାଯାଇଛି ତାହା ମୂଖ୍ୟ ପ୍ରସଙ୍ଗ ହୋଇ ଯାଇଥିଲା । ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ତୁଳନାରେ ଗମ୍ଭୀରଙ୍କ ଶୈଳୀ ସମ୍ପୂର୍ଣ୍ଣ ଅଲଗା ହୋଇଥିବାରୁ ଖେଳାଳିମାନଙ୍କୁ ଅଭ୍ୟସ୍ତ ହେବା ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

Comments are closed.