Latest Odisha News

BREAKING NEWS

କୋର୍ଟର ଶୁଣାଣୀ ପରେ ଭଗତ ସିଂଙ୍କ ବାଣୀକୁ ଟୁଇଟ କଲେ ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ଏମପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବିନା ଅନୁମତିରେ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଫାବିଫ୍ଲୁ ଔଷଧ ବାଂଟି ଦୋଷୀ ସାବ୍ୟସ୍ତ ହୋଇଛି । ଗମ୍ଭୀର ଏବଂ ଆମ ଆଦମୀ ପାର୍ଟିର ବିଧାୟକ ପ୍ରବୀଣ କୁମାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦିଲ୍ଲୀ ଡ୍ରଗ କଂଟ୍ରୋଲର ପକ୍ଷରୁ କୁହାଯାଇଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ ୨୯ରେ ହେବ ।

କୋର୍ଟର ଶୁଣାଣୀ ପରେ ଗମ୍ଭୀର ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ବାଣୀକୁ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ମୁଁ ଜଣେ ମଣିଷ ଏବଂ ମାନବଜାତିକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ବିଷୟ ମୋତେ ଚିନ୍ତିତ କରେ । ଏହା ପରେ ଲୋକଙ୍କ ହିତ ଲାଗି ଯାହା କରିପାରିବେ, ତାହା ଜାରି ରଖିବି ବୋଲି ସେ ଟୁଇଟ କରିଛନ୍ତି । ଅନୁମତି ନ ନେଇ ଔଷଧ ଯୋଗାଇବା ଫଳରେ ସେ ଡ୍ରଗ୍ସ ଓ କସମେଟିକ୍ସ ଧାରାର ୧୮ ସି ଉଲ୍ଲଂଘନ କରିଛନ୍ତି ।

Leave A Reply

Your email address will not be published.