ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ହମାସକୁ ଶକ୍ତ ଧକ୍କା ହୋଇଛି । ସେତିକି ନୁହେଁ, ହମାସ ଉପରେ ଏବେ ଭୟଙ୍କର ଆକ୍ରମଣ ହେବ ବୋଲି କୁହାଯାଉଛି ।
ଇସ୍ରାଏଲ ପକ୍ଷରୁ କିଛିଦିନ ପୂର୍ବରୁ ଗାଜାର ସାଧାରଣ ଲୋକଙ୍କୁ ଉତ୍ତରରୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ କହିଥିଲା । ଏଥିପାଇଁ ସମୟ ବି ଦେଇଥିଲା । ତେବେ ଗାଜା ୨ ଭାଗରେ ବିଭକ୍ତ ହୋଇଯିବା ପରେ ହମାସର ସମସ୍ୟା ଆହୁରି ବଢି ଯାଇଛି । ହମାସ ଆତଙ୍କୀଙ୍କୁ ଆତ୍ମଗୋପନ କରିବା ପାଇଁ ଆଉ କୌଣସି ଜାଗା ନାହିଁ।
ଏହା ପୂର୍ବରୁ ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ କୁହାଯାଇଥିଲା, ହମାସ ଶେଷ ନ ହେବା ପର୍ଯ୍ୟନ୍ତ ଯୁ୍ଦ୍ଧ ବନ୍ଦ ହେବ ନାହିଁ । ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ । ଇସ୍ରାଏଲ ଆର୍ମିର ମୁଖପାତ୍ର ଡେନିୟଲ ହେଗରୀ କହିଛନ୍ତି, ସେନା ଗାଜା ସିଟିକୁ ଚାରିପଟୁ ଘେରି ରଖିଛନ୍ତି । ଏବେ ଗାଜା ଉତ୍ତର ଏବଂ ଦକ୍ଷିଣ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଆମର ସେନା କୋଷ୍ଟଲାଇନ ଯାଏ ପହଞ୍ଚି ଗଲେଣି ଏବଂ ଗାଜାକୁ ନିଜ କବ୍ଜାକୁ ନେଇ ଗଲେଣି । ସ୍ଥଳଭାଗ ଏବଂ ଆକାଶ ମାର୍ଗ ଦୁଇପଟୁ ଆତଙ୍କୀ ଆଡ୍ଡାସ୍ଥଳ ଉପରକୁ ଆକ୍ରମଣ କରାଯାଉଛି ।
BREAKING NEWS
- ସମସ୍ତ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ: ଗଣଶିକ୍ଷା ମନ୍ତ୍ରୀ
- ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ
- ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ
- ୫କେଜି ଗ୍ୟାସ୍ ବିକ୍ରି ବନ୍ଦ,ଇ-କେୱାଇସି ଥିଲେ ଏଜେନ୍ସିରୁ ଗ୍ୟାସ୍ ପାଇବେ
- ଓଡିଶା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବ ଏହି ବଲିଉଡ୍ ଷ୍ଟାରଙ୍କ ଅଭିନୟ, ରାଣୀ ପଣ୍ଡାଙ୍କ ସହ ଆସିବେ ନଜର
- ଆମେରିକା ନାଟୋ ଛାଡିଦେଲେ କିଏ ସବୁଠାରୁ ଅଧିକ ଲାଭବାନ ହେବ?
- Naveen Patnaik Joins Digital Census: ଡିଜିଟାଲ୍ ଜନଗଣନାରେ ସାମିଲ ହେଲେ ନବୀନ ପଟ୍ଟନାୟକ, ନବୀନ ନିବାସରେ ବସି କଲେ ସ୍ୱ-ଜନଗଣନା
- ଭାରତଠାରୁ କେଉଁ ଔଷଧ କିଣେ ଆମେରିକା ?
- Ear Pain: ବାରମ୍ବାର କାନ ଯନ୍ତ୍ରଣା ହେଉଛି କି? ଅଣଦେଖା କରନ୍ତୁ ନାହିଁ…ହୋଇପାରେ ବଡ଼ ରୋଗର ସଙ୍କେତ…
- ଏପ୍ରିଲ ୧୦ ପର୍ଯ୍ୟନ୍ତ ବଢିଲା ସିଇଇର ପଞ୍ଜୀକରଣ ଅବଧି
Comments are closed.